୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ: ମୁଖ୍ୟମନ୍ତ୍ରୀ

୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି।ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଛି।

ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ ପ୍ରଭାବିତ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ସେପରି ଭାବେ ପ୍ରଭାବିତ ହୋଇ ନାହିଁ। ମୋଟ୍‌ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି। ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes