୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୬ ଗିରଫ

ନୀଳଗିରି କାଂଶ ଗାଁର ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ସମ୍ପୃକ୍ତ ଭାଇଭାଉଜ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।

୭୦ ହଜାର ଟଙ୍କା, ୨ଟି ମୋବାଇଲ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ପାରିବାରିକ କଳହ ଓ ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି। ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ଷଡ଼ଯନ୍ତ୍ର କରିଥିଲେ। ସୁପାରୀ କିଲରକୁ ଟଙ୍କା ଦେଇ ବଡ଼ଭାଇ ସାନଭାଇର ହତ୍ୟା କରିଥିଲା। ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes