‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା। ଗୋଟିଏ ବଟନ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲୁ। ନାରୀକୁ ସ୍ବାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା ହୋଇଛି। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି ସୁଭଦ୍ରା ଟଙ୍କା।