୧୩ରେ ପୁରୀରେ ଦର୍ଶକ ଦେଖିବେ ୬୦ ଦଶକର ଫିଲ୍ମ ଶ୍ରୀଲୋକନାଥ

୧୯୬୦ ମସିହାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥ ଦୀର୍ଘ ଚାରି ଦଶକ ଧରି ଉଭୟ ଛୋଟ ଓ ବଡ଼ ପରଦାରେ ପ୍ରଦର୍ଶିତ ହୋଇନାହିଁ l

ଏହାର ପ୍ରିଣ୍ଟ ଉପଲବ୍ଧ ନଥିଲା କି ଅନ୍ୟ ଇଲେକ୍ଟ୍ରୋନିକ ଫର୍ମାଟକୁ ମଧ୍ୟ ସ୍ୱଚ୍ଛ ରୂପାନ୍ତରିତ ହୋଇନଥିଲା l ଫିଲ୍ମ ଜର୍ଣାଲିଷ୍ଟ ଫୋରମ୍ ପକ୍ଷରୁ ପୁନଃ ଉଦ୍ଧାର ଓ ସଂରକ୍ଷଣ ପରେ ଓଡ଼ିଆ ଚଳଚ୍ଚିତ୍ରର ଏହି ପ୍ରଥମ ଅଳଙ୍କୃତ ସୋନ୍ଦର୍ଯ୍ୟକୁ ପୁରୀ ଟାଉନ ହଲ ଠାରେ ଆଗାମୀ ୧୩ ଜୁନ ସନ୍ଧ୍ୟା ୬.୧୫ରେ ଆଉଥରେ ଦର୍ଶକ ପର୍ଦ୍ଦାରେ ଦେଖିବାକୁ ପାଇବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes