୧୨ ଚକିଆ ଟ୍ରକ ଓଲଟିଲା, ୭ ଆହତ

ଆଜି ଭୋର ୫ଟା ବେଳେ କଲିକତାରୁ ସୋନପୁର ଆଡକୁ ୩ଟି ହାରଭେଷ୍ଟର ବୋଝେଇ କରି ଯାଉଥିବା ଏକ ଟ୍ରକ ଗୋଡ଼ଭାଗା ତୁରୁମ ୫୪ ନମ୍ବର ରାଜ୍ୟ ରାଜପଥରେ ସଲାନା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି।

ଏହି ଗାଡ଼ିରେ ଯାଉଥିବା ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

Leave a Comment