ଓଡ଼ିଶାରେ ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା ଲାଗିଛି। ପୁରୁଣା ଗାଡ଼ିକୁ ନୂଆ ପରମିଟ୍ ମଧ୍ୟ ପ୍ରଦାନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରି ଗାଡ଼ିର ମାଲିକାନା ହସ୍ତାନ୍ତର କିମ୍ବା କୌଣସି ଟିକସ ଗ୍ରହଣ ଉପରେ ବି ଅଙ୍କୁଶ ଲାଗିଛି। STA ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଲାଗୁ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।