ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଚିକିଟି ବ୍ଲକ ମାଧବନ୍ଧ ଗାଁର ଏ. ରାମେୟା। ମାସେ ତଳେ କାମ କରିବାକୁ ରୁଷିଆ ଯାଇଥିଲେ ରାମେୟା।
ଏନେଇ ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍। ଭାରତୀୟ ଦୂତାବାସ ସହ କଥାବାର୍ତ୍ତା ଚାଲିଛି, ମୃତଦେହ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି କହିଛନ୍ତି ଜିଲ୍ଲାପାଳ।