ହୋମଗାର୍ଡଙ୍କ ଅକାଳ ବିୟୋଗ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଟାଇଁ ଶିରା ଗ୍ରାମର ଜଣେ ୪୨ ବର୍ଷୀୟବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ଘଟିଛି।ମୃତକ ଜଣକ ହେଉଛନ୍ତି ରାମଚନ୍ଦ୍ର ମିଶ୍ର ଓ ସେ ପାଟଣା ଥାନାରେ ହୋମ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ।

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version