ହେଁସମୂଳ ସହରସାହିକୁ ପାନୀୟଜଳ ଯୋଗାଣ ବନ୍ଦ ନେଇ ରାସ୍ତା ଅଵରୋଧ

ତାଳଚେର ବ୍ଲକ ହେଁସମୂଳ ଗ୍ରାମର ସହରସାହିକୁ କୋଇଲାଖଣି ପକ୍ଷରୁ ପାନୀୟ ଜଳ ଯୋଗାଣ ବନ୍ଦ ନେଇ ଆଜି ଗ୍ରାମବାସୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରୀ କୋଇଲାଖଣିର ପରିବହନ ରାସ୍ତା ଅବରୋଧ କରିଥିଲେ ।

ଫଳରେ ଖଣିର କୋଇଲା ପରିବହନ ବନ୍ଦ ରହିଥିଲା । ଘଟଣାସ୍ଥଳକୁ ଖଣି କର୍ତୃପକ୍ଷ ଆସି ଗ୍ରାମବାସୀଙ୍କୁ ଜଳ ଯୋଗାଣର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije