ତାଳଚେର ବ୍ଲକ ହେଁସମୂଳ ଗ୍ରାମ ତଳସାହିର କ୍ଷତିଗ୍ରସ୍ତ ପ୍ରଜାଙ୍କୁ କୋଇଲାଖଣିରେ ନିଯୁକ୍ତି ଓ ଥଇଥାନ ଦାବୀ ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ସରପଞ୍ଚ ସୁମିତ୍ରା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗ୍ରାମର ବଳକା ନିଯୁକ୍ତି ଦାବୀ ନେଇ ଆଲୋଚନା କରି ଦାବୀପତ୍ର ଦେଇଥିଲେ। ୨୦୦୬ ପଲିସି ଅନୁଯାୟୀ କୋଇଲାଖଣିରେ ଜମି ହରାଇଥିବା ଗ୍ରାମର ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ଥଇଥାନ କରାଯିବାର ନିୟମ ଥିଲେ ମଧ୍ୟ ଖଣି କର୍ତୃପକ୍ଷ ଆଜି ଯାଏଁ ନିଯୁକ୍ତି ଦେଇନାହାନ୍ତି ବୋଲି ଅଭିଯୋଗ ହୋଇଛି l
