ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କେନଝରିଆପାଲି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ହୀରାପାଲି ଗାଁରେ ତହସିଲ ପ୍ରଶାସନ ପକ୍ଷରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଏଥିପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା । ଗ୍ରାମର ଗୋଚର ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ଘର ଓ ପାଚେରୀ ତିଆରି କରିବା ଯୋଗୁଁ ଗ୍ରାମବାସୀଙ୍କ ଯାତାୟତ ଓ ଗୃହପାଳିତ ଜୀବଜନ୍ତୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଥିବାର ଅଭିଯୋଗ ହୋଇଥିଲା ।
