ହିଙ୍ଗମା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକସା ପଞ୍ଚାୟତ ଅନ୍ତର୍ଗତ ହିଙ୍ଗମା ସ୍ଥିତ ଜୟ କିଷାନ ଉଚ୍ଚ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ.ସୌରଭ ରଞ୍ଜନ ଖମାରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋନପୁର ରାଜାଙ୍କ ସହ ଗଙ୍ଗାଧରଙ୍କ ସମ୍ପର୍କ, କବିଙ୍କୁ ବାମଣ୍ଡା ରାଜାଙ୍କ ନିମନ୍ତ୍ରଣ, ତପସ୍ଵିନୀ କାବ୍ୟରେ ସୀତାଙ୍କ ଚରିତ୍ର ଚିତ୍ରଣ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । କୋଟସମଲାଇ ଶ୍ରୀଜଗନ୍ନାଥ ଏକାଡେମୀର ସହକାରୀ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟରେ ଜୀବନ ଜୀଇଁବାର କଳା ଓ ପ୍ରକୃତି ବର୍ଣ୍ଣନା ଦେଖିବାକୁ ମିଳୁଥିବାବେଳେ ସେ ମଧ୍ୟ କୃଷକଙ୍କ ପାଇଁ ପ୍ରଥମ ଓଡ଼ିଆ କବି ଥିଲେ ବୋଲି କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes