କିଛି ମାସ ବ୍ୟବଧାନ ପରେ ଏକ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ପାଟଣା ରେଞ୍ଜ ସାହାରପଡା ସେକ୍ସନରେ ଶନିବାର ରାତିରେ ୪ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ହାତୀ ପଲ ଚାତର ପାଣିର ବସନ୍ତ ମହାନ୍ତ ଓ ବିମଳା ମହାନ୍ତ ,ବାଇକଳା ଗ୍ରାମର ନିରଞ୍ଜନ ମହାନ୍ତ ଓ ଖୁଣ୍ଟା ପଡା ଗ୍ରାମର ହଜାରୀ ତନ୍ତି ଙ୍କ ଘର ହାତୀ ଭାଙ୍ଗି ଦେଇଛନ୍ତି।
ଏଥି ସହ ଘର ଭିତରେ ଥିବା ଚାଉଳକୁ ହାତୀ ପଲ ଖାଇଦେଇଛନ୍ତି।ଏଥିସହ ଆସିବା ବାଟ ରେ ଏକର ଏକର ଧାନ ଫସଲ ଖାଇବା ସହ ମାଡି ଦଳିନଷ୍ଟ କରିଛନ୍ତି।