ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ବନପୋଖରିଆ ଗାଁର ଚାଷୀ ଚାମ ଚରଣ ମାଝିଙ୍କ ସାତଟି ଚାଷ କ୍ଷେତରେ ବୁଧବାର ମଧ୍ୟରାତ୍ରରେ ଏକ ବଣୁଆ ହାତୀ ପଶି ଧାନ ଫସଲ ମାଡି ଦଳି ନଷ୍ଟ କରିଦେଇଛି।
ଧାନ ବିହନ ସହ ଅନ୍ୟାନ ଖର୍ଚ୍ଚ ମିଶାଇ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାର ଚାଷୀ ଚାମ ପ୍ରକାଶ କରିଛନ୍ତି । ଏ ନେଇ ବନ ବିଭାଗକୁ ଅଭିଯୋଗ କରି ସହାୟତା ପାଇଁ ନିବେଦନ କରିଛନ୍ତି।