ହାତୀ ଆକ୍ରମଣରେ ମହିଳାଙ୍କ ମୃତ

ଘଟଗାଁ ରେଞ୍ଜ ଅନ୍ତର୍ଗତ ଉପର ଡିହା ଚତିରି ସାହିର ଜଣେ ମହିଳା ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କ ନାମ ବେଲ ମୁଣ୍ଡା।

ସେ ଗତକାଲି ମଧ୍ୟାହ୍ନରେ ଜଙ୍ଗଲକୁ ଯାଇ ଫେରି ନ ଥିଲେ। ଆଜି ସକାଳୁ ପରିବାର ଲୋକ ଖୋଜାଖୋଜି କରି ମୃତ ଦେହ ଜଙ୍ଗଲରୁ ପାଇ ବନ ବିଭାଗକୁ ଜଣାଇଥିଲେ। ମୃତକ ଙ୍କ ପରିବାର କୁ ତୁରନ୍ତ ସହାୟତା ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ରେଞ୍ଜ ଦାୟିତ୍ୱରେ ଥିବା ଏସିଏଫ ପ୍ରଭାତ କୁଅଁର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes