ହାତୀର ଗଳିତ ମୃତ ଦେହ ଉଦ୍ଧାର

ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ବିଟର ଗମୁରା ସେକସନ୍ ଚମକପୂର୍ ଜଙ୍ଗଲରୁ ବନ ବିଭାଗ ଏକ ବୟସ୍କ ହାତୀର ଗଳିତ ମୃତ ଦେହ ଉଦ୍ଧାର କରିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ହାତୀଟି ମାରିଥିବା ଅନୁମାନ କରାଯାଉଛି। ଏହା ମାଇ କି ଅଣ୍ଡିରା ଜଣା ପଡିନାହିଁ।

ଡିଏଫଓ ଧନରାଜ ଏଚ ଡି ସମେତ ବନ ବିଭାଗ କର୍ମଚାରୀ ଘଟଣା ସ୍ଥାନରେ ପହଞ୍ଚି କାରଣ ଖୋଜୁଛନ୍ତି। ବୈତରଣୀ ନଦୀ ନିକଟରେ ଖଣ୍ଡବନ୍ଧ ଜଙ୍ଗଲାଞ୍ଚଳ ହେଉଛି ହାତୀମାନଙ୍କ ଆଶ୍ରୟ ସ୍ଥଳୀ। ତେବେ ଖଣି ଖାଦାନ ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହୋଇ ଯାଇଥିବାରୁ ବାସହରା ହୋଇ ଖାଦ୍ୟ ପାଇଁ ଏଣେ ତେଣେ ବୁଲି ବିପଦର ସମ୍ମୁଖିନ ହେଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes