ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡିଦା ହଷ୍ଟେଲରେ ରହୁଥିବା ଏକ ଛାତ୍ର ଆଜି ଲୁଚି ପଳାଇ ଆସି ଭବାନୀ ଶଙ୍କର ଭୀମତାଳି ଛକ ନିକଟରେ ଏକ ଦୋକନରେ ଖାଇବାକୁ ବିସ୍କୁଟ ମାଗୁଥିବା ସମୟରେ ସେଠାରେ ବସିଥିବା ଭାଇସ ଚେୟାର ମେନ ରଜନୀ ଦାସ ସନ୍ଦେହ କରି ତାକୁ ଅଟକ ରଖି ପଚରା ଉଚରା କରିଛି ।
ପିଲାଟି ଉକ୍ତ ହଷ୍ଟେଲରେ ପାଠ ପଢ଼ୁଥିବା କହିବା ପରେ ହଷ୍ଟେଲକୁ ଯୋଗାଯୋଗ କରାଯାଇଥିଲା । ହଷ୍ଟେଲ ଶିକ୍ଷକ ଓ ଅଭିଭାବକ ପହଞ୍ଚିବା ପରେ କିଛି ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ପିଲାଟିକୁ ଛଡ଼ାଯାଇଥିଲା ।