ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ନବନିର୍ମିତ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଅବସରରେ ଶନିବାର କଳସ ଶୋଭାଯାତ୍ରା ଓ ପୁଜାରମ୍ଭ, ରବିବାର ସଚ୍ଚିଦାନନ୍ଦ ପଣ୍ଡାଙ୍କ ଦ୍ଵାରା ସୁନ୍ଦରା କାଣ୍ଡ ପାଠ ଓ ମନ୍ଦିର ପ୍ରତିଷ୍ଠା ତଥା ସୋମବାର ସାମୁହିକ ହନୁମାନ ଚାଳିଶା ପାଠ ଓ ଠାକୁରଙ୍କ ଗୃହ ପ୍ରବେଶ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷ୍ଣୁଚରଣ ପଣ୍ଡା ଓ ସୁବୀଣା ମିଶ୍ର କର୍ତ୍ତା ରହିଥିବାବେଳେ ପୂଜକ ସୀତାରାମ ପାଢୀ ହବନ ଓ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ । ଜଗନ୍ନାଥ ମନ୍ଦିରର ପୂଜକ ବିଶ୍ଵାମିତ୍ର ଚାନ୍ଦ ଓ ବିଶ୍ୱଜିତ ଚାନ୍ଦ ଏଥିରେ ସହଯୋଗ କରିଥିଲେ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ ।