ହକି ୱାର୍ଲଡ଼ କପକୁ ପ୍ରତ୍ସାହିତ ପାଇଁ କ୍ରୀଡା ପ୍ରତିଯୋଗୀତା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ମଙ୍ଗଳବାର ବ୍ଲକର ବଡ଼ପାଟଣା, ସରାସ କୋଲା, ମୂଷାଖରୀ ଓ ମିରିଖୋଜି ପଞ୍ଚାୟତର ଖେଳାଳିଙ୍କୁ ନେଇ କ୍ରିକେଟ, ଭୋଲି ,କବାଡି ଓ ଖୋ ଖୋ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ଆୟୋଜିତ କାର୍ଯ୍ୟକ୍ରମକୁ ପାର୍ଥ ସାରଥୀ ବେଜ ଙ୍କ ସଂଯୋଜନାରେ ଅତିଥି ଭାବେ ବଡ ପାଟଣା ସରପଞ୍ଚ ବିନତି ବାନାରା, ମୂଷାଖରୀ ସରପଞ୍ଚ ଭାମା ମଣୀ ଦାସ, ମିରିଖୋଜି ସରପଞ୍ଚ ମନ ମୋହନ ବେହେରା, ସରାସ କୋଲା ସରପଞ୍ଚ ଭାବ ଗ୍ରାହୀ ନାଏକ, ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, କ୍ରୀଡା ବିତ ପ୍ରମୋଦ କୁମାର ଭଞ୍ଜ ପ୍ରମୁଖ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version