୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ପାରାଦୀପ ପୋର୍ଟ ହେଲ୍ଥ ଅର୍ଗାନାଇଜେସନ ଅଫିସର ଆର୍.ଏନ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ସିବିଆଇ।
ତାଙ୍କ ଘରୁ କୋଟିଏ ଟଙ୍କା ସହ ବିପୁଳ ପରିମାଣର ଡଲାର, ବିଦେଶୀ ମଦ ଓ ଦାମୀ ସିଗାରେଟ୍ ମିଳିଥିବା ସୂଚନା ମିଳିଛି। ସେ ଗୋଟିଏ ସିପିଂ ଏଜେନ୍ସୀ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।