ସ୍ୱାଧୀନତା ଦିବସରୁ ଆମରଣ ଅନଶନ କରିବି କହିଲେ ଉଫୁଲା ସରପଞ୍ଚ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀୟା କର୍ମୀ ଆସନ୍ତା ସ୍ୱାଧୀନତା ଦିବସ ଠାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ପୂର୍ବାହ୍ନ ୧୦ଟା’ ଠାରୁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଥିବା ଜଣାପଡିଛି । ପ୍ରାୟ ବର୍ଷେ ହେଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟକ୍ତିଗତ ପ୍ରକଳ୍ପ ସବୁ ଅନୁମୋଦନ ନ ହୋଇ ଅଟକି ରହିଥିବା ପ୍ରତିବାଦରେ ସେ ଏଭଳି ନିଷ୍ପତି ନେଇଥିବା ଜଣାଯାଇଛି । ଆମରଣ ଅନଶନ କରିବା ନେଇ ସେ ସ୍ଥାନୀୟ ପୋଲିସ ଓ ବିଭିନ୍ନ ଅଧିକାରୀମାନଙ୍କୁ ଜଣାଇ ଥିବା ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes