ଏନେଇ ଆଜି ପ୍ରେସ୍ମିଟ୍ରେ ତଥ୍ୟ ରଖିଛନ୍ତି ପୋଲିସ କମିଶନର। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚେନ୍ ଲୁଟ୍ କରୁଥିଲା ସ୍ବାମୀ। ଏହି ଚେନ୍ ଲୁଟ୍ରେ ସହଯୋଗ କରୁଥିଲେ ସ୍ତ୍ରୀ। ଚେନ୍ ଲୁଟ୍ ପରେ ଅଧବାଟରୁ ସ୍ତ୍ରୀକୁ ବାଇକ୍ରେ ବସାଇ ଖସି ଯାଉଥିଲେ, କାଳେ ପୋଲିସ ସନ୍ଦେହ କରିବ, ଏଥିପାଇଁ ସ୍ତ୍ରୀକୁ ସାଥିରେ ନେଉଥିଲେ। ମଝିରେ ଲୁଟ୍ ଛାଡ଼ି ପାନ ଦୋକାନ କରି ୧୦ ବର୍ଷ ଚଳୁଥିଲେ। ମାତ୍ର ପୁଣି ଥରେ ଗତ ଡିସେମ୍ବରରୁ ୯ଟି ଚେନ୍ ଲୁଟି ଧରାପଡ଼ିଲେ।