ସ୍ତ୍ରୀ ସହ ଝଗଡା କରି ନିଜ ଘର ଜାଳିଲା ବ୍ୟକ୍ତି

କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲୀପଶି ଗାଁରେ ସୋମବାର ଗ୍ରାମର କ୍ଷେତ୍ରବାସୀ ରଣାଙ୍କ ମାନସିକ ବିକାର ଗ୍ରସ୍ତ ପୁଅ ମେଘନାଦ ରଣା ନିଜ ସ୍ତ୍ରୀ ସହ ଝଗଡା କରିବା ପରେ ନିଜ ଘରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିବା ବେଳେ ଦୁଇ ବଖରା ଖପର ଘର ସମ୍ପୁର୍ଣ୍ଣ ଜଳି ପୋଡି ନଷ୍ଟ ହେବା ସହ ଘରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି।

ଖବର ପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ତେବେ ଘରେ ନିଆଁ ଲଗାଇବା ପରେ ଘଟଣା ସ୍ଥଳରୁ ଯୁବକ ଫେରାର ହୋଇ ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes