ଭୁବନେଶ୍ୱରର ସିଆରପି ଅଞ୍ଚଳରେ ଗତକାଲି ବନ୍ଧୁକରୁ ଦୁଇ ରାଉଣ୍ଡ ଗୁଳି କରି ଆତଙ୍କ ସୃଷ୍ଟି କରିଥିବା ଯୁବକ ବିନୟ ଆଚାର୍ଯ୍ୟକୁ ଆଜି କମିସନରେଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
ବିନୟଙ୍କ ପତ୍ନୀ ଜଣେ ସୁଟିଂ ସ୍ପୋର୍ଟ୍ସ ଖେଳାଳି ଏବଂ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣି ବିନୟ ଗୁଳି କରିଥିଲା l ତେଣୁ ପତ୍ନୀଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ l