ସ୍କୁଟି ସହ ବୁଲେଟର ମୁହାଁମୁହିଁ ଧକ୍କା, ଦୁଇ ମୃତ

ପାଟଣା ବ୍ଲକ ତୁରୁମୁଙ୍ଗା – ଚମ୍ପୁଆ ରାସ୍ତା ର ଲକ୍ଷୀପଶି ନିକଟରେ ଗତ ସଂଧ୍ୟାରେ ସ୍କୁଟି ସହ ଏକ ବୁଲେଟର ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି ।

ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ୩ଜଣ ଙ୍କୁ ଉଦ୍ଧାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର କାର୍ତ୍ତିକ ମହାରଣା(୨୮) ମୃତ ଘୋଷଣା କରିଛନ୍ତି। ଅନ୍ୟ ଜଣେ ହେଲେ ସନ୍ତୋଷ କାରୁଆ (୫୦) । ଅନ୍ୟ ଦୁଇ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version