ସୌମ୍ୟରଞ୍ଜନଙ୍କୁ ମିଳିଲା ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ

କେନ୍ଦ୍ରାପଡ଼ା କ୍ରିଷ୍ଣା ଆର୍ଟ ସ୍କୁଲର କଳା ନିର୍ଦେଶକ ତଥା କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାକୃତିର ସ୍ୱର ଶୀର୍ଷକ ଚିତ୍ର ପାଇଁ କଳା କୀର୍ତ୍ତି ଆର୍ଟ ଫାଉଣ୍ଡେସନ ରଞ୍ଚି ଓ ଝାରଖଣ୍ଡ ଦ୍ୱାରା ରାଷ୍ଟ୍ରୀୟ କଳାସମ୍ମାନ ପ୍ରଦାନ କରାଯାଇଛି ।

ଏହି ଚିତ୍ର ସମାଜରେ ଘଟୁଥିବା ସମସାମୟିକ ଘଟଣା ,ପ୍ରାକୃତି ଉପରେ ହେଉଥିବା ଅତ୍ୟାଚାର ଓ ଲୋକମାନଙ୍କର ଅତ୍ୟାଧୁନିକ ଚଳଣି ହେତୁ ସବୁଜ ଭୂମି ନଷ୍ଟ ହେବା ଉପରେ ପର୍ଯ୍ୟବେଷିତ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version