ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୂମା ଠାରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଦାବି କରାଯାଇଛି । ମଙ୍ଗଳବାର ଅନୁଷ୍ଠାନର ସଭାପତି ଡ. ପ୍ରଫୁଲ୍ଲ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଏ ସଂକ୍ରାନ୍ତରେ ପ୍ରସ୍ତାବ ଗ୍ରହଣ କରାଯାଇଛି ।
ଏଥିସହ ସୋନପୁର ଏବଂ ବୀରମହାରାଜପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି ।