ଆଜି ସୋନପୁର ବ୍ଲକ ଛକ ବାଲାଜି ମନ୍ଦିର ପ୍ରାଙ୍ଗଣରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବଳଦେବ ବେଦବାକଙ୍କ ନେତୃତ୍ୱରେ ଦୀପ ଦାନ ଓ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ତଥା ବିଜେପି ନେତା ବଳରାମ ସିଂ ଯାଦବ, କେଶରିୟା ହିନ୍ଦୁ ବାହିନୀର ସଭାପତି ବ୍ୟାସଦେବ ମିଶ୍ର, ଜନସଂଖ୍ୟା ଫାଉଣ୍ଡେସନର ଶ୍ରଦ୍ଧାଞ୍ଜଳି ମିଶ୍ର, ସୁରେଶ ମିଶ୍ର, ଗୌର ନାଏକ, ବାପି ଦାସ, ଶ୍ରୀନିବାସ ମିଶ୍ର, ସୁରେଶ ପାତ୍ର, ଜିତେନ୍ଦ୍ର ମହାପାତ୍ର, କେଶବ ସାହୁ ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।
