ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ସେବାପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଓ ଟ୍ୟାକ୍ସି ଷ୍ଟାଣ୍ଡ ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା । ମଣ୍ଡଳ ସଭାପତି ସୁମନ୍ତ ଜଗଦଲାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଉଷା କୁମାରୀ, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜିକା ନଳିନୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ମିଶ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ବିପିନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।