‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ ହୋଇଛି । ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ଡା. ସରୋଜ ପାଣିଗ୍ରାହୀଙ୍କ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସ୍ଵପ୍ନେଶ୍ୱର ବେହେରା, ଏଡିପିଏଚଓ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ବିପିଏମ୍ ମହେନ୍ଦ୍ର ମିଶ୍ର, ହିସାବ ରକ୍ଷକ ଅବିନାଶ ହୋତା, ରୋଗୀ କଲ୍ୟାଣ ସମିତି ସଭ୍ୟ ଦିଲ୍ଲୀପ ପଧାନ, ସତ୍ୟପ୍ରିୟ ବିଶ୍ଵାଳ, ବିକାଶ ପଣ୍ଡାଙ୍କ ସହିତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅଭିଯାନରେ ବାଳିକା ଓ ସବୁ ବୟସର ମହିଳାମାନଙ୍କ ରକ୍ତହୀନତା, ସିକିଲ ସେଲ, ଥାଲାସେମିଆ ଆଦି ରୋଗର ଚିହ୍ନଟ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ସରକାରଙ୍କ ଯୋଜନା ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes