ପିସିସି ସଭାପତି ବଦଳିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ଦଳର ବିଧାୟକ ସୁରେଶ ରାଉତରାୟ କଟାକ୍ଷ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ସଭାପତି ଏବଂ କଂଗ୍ରେସ ଓଡିଶା ପ୍ରଭାରୀ ନିଯୁକ୍ତ ହୋଇଥାନ୍ତି l ମେ 7 ପୂର୍ବରୁ ନୂଆ ପିସିସି ସଭାପତି ହେବେ l
ତେବେ ସୁରଙ୍କ ମନ୍ତବ୍ୟକୁ ଖଣ୍ଡନ କରି ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି, ନବୀନ କେବଳ ଓଡିଶା ଓ ବିଜେଡ଼ି କଥା ଚିନ୍ତା କରନ୍ତି l