ସୁବଳୟା +୨ କଲେଜରେ ସ୍ବାଗତ ଉତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ରମାକାନ୍ତ ପୁରୋହିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ତଥା ନବାଗତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସ୍ବାଗତ କରାଯାଇଥିଲା । ଅର୍ଥନୀତି ବିଭାଗର ଅଧ୍ୟାପକ ଦେବାଶିଷ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ସଞ୍ଜୟ ମେଣ୍ଡିଲି, ବିଶ୍ବରଂଜନ ସାହୁ, ଓମକୁମାର ପ୍ରଧାନ ଓ ଅଧ୍ୟାପିକା ସବନମ୍‌ଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କଲେଜର ନିୟମାବଳୀ ତଥା ଶୃଙ୍ଖଳା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । କର୍ମଚାରୀ ଗୋପାଳ ଭୋଇ, ଦିଲ୍ଲୀପ ମେହେର, ଶମ୍ଭୁ ସାହୁ, ହରିହର ସାହୁ, ଚନ୍ଦନ ମେହେର ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟାପକ ବିଶ୍ୱରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ । ଶେଷରେ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes