ସୁବଳୟା +୨ କଲେଜରେ ବିଶ୍ଵ ଏଡ଼ସ ଦିବସ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା +୨ କଲେଜରେ ରେଡ୍ ରିବନ କ୍ଳବ୍ ଆନୁକୂଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ଲା-କାର୍ଡ ଧରି ଏକ ସଚେତନତା ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।

ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଭୋଲାନାଥ କର୍ମୀ ସଭାପତିତ୍ବ କରିଥିଲେ। ଏଥିରେ ପ୍ରାଧ୍ୟାପକ ରମାକାନ୍ତ ପୁରୋହିତ, ସୁବ୍ରତ ପଣ୍ଡା, ଟୁନା ମେହେର, ଅନ୍ନଦା ମିଶ୍ର, ପ୍ରଜ୍ଞାକଳ୍ପିତା ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes