ଆସନ୍ତା ୭ ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଠାରେ ଆରମ୍ଭ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ସକାଶେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆୟୋଜକ ବାବା ଅବଧୂତ ସାଂସ୍କୃତିକ ସଂଘର ସଭାପତି ରାଜେଶ ସେଠୀ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର ଓ କମିରା ସରପଞ୍ଚଙ୍କ ପ୍ରତିନିଧି ସପନ ପଧାନ, ଏଡି ମିଡ଼ିଆର ମାଲିକ ନମିତା ହୋତା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଧନୁଯାତ୍ରାର ସଫଳ ଆୟୋଜନ ନେଇ ଆଲୋଚନା ହୋଇଥିଲା ।
