ସୁବଳୟା କଲେଜରେ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା +୨ କଲେଜରେ ଗୁରୁବାର ନୂଆ-ଓ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଭୋଲାନାଥ କର୍ମୀ ଏହାକୁ ଉଦଘାଟନ କରିଥିଲେ।

ଅନୁଷ୍ଠିତ ସଭାରେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡ.ମୀନକେତନ କୁମ୍ଭାର ଯୋଗଦେଇ ଓଡ଼ିଆ ଭାଷାର ଉନ୍ନତି ଦିଗରେ ସରକାରଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଧ୍ୟାପକ ଦେବାଶିଷ ପ୍ରଧାନ ସଭାର ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମ ଅଧିକାରୀ ପ୍ରଜ୍ଞାକଳ୍ପିତା ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପକ ରମାକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes