ସୁବଳୟା କଲେଜରେ ଚକ୍ଷୁ ପରୀକ୍ଷା ଶିବିର

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା +୨ କଲେଜରେ ଏକ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁବ ରେଡକ୍ରସ୍ ଓ ସ୍ଥାନୀୟ ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଭୋଲାନାଥ କର୍ମୀ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ୧୨୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ପଣ୍ଡପାଲି ସ୍ଥିତ ନେତ୍ର ଚିକିତ୍ସାଳୟକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version