ସୁବଳୟାର ପ୍ରସିଦ୍ଧ ଝୁଲଣ ଯାତ୍ରା ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଠାରେ ଶ୍ରାବଣ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ପାରମ୍ପାରିକ ଝୁଲଣ ଯାତ୍ରା ଭାଦ୍ରବ କୃଷ୍ଣ ପ୍ରତିପଦା ତିଥିରେ ସମାପିତ ହୋଇଛି । ଶତାଧିକ ବର୍ଷର ପୁରୁଣା ଏହି ଯାତ୍ରାର ଉଦଯାପନୀ ପରିପ୍ରେକ୍ଷୀରେ ଆଜି ନଗର ପରିକ୍ରମା ସମୟରେ ବିପୁଳ ଜନସମାଗମ ହୋଇଥିଲା । ପ୍ରଭୁ ରାଧାକୃଷ୍ଣ ବିଭିନ୍ନ ସ୍ଥାନରେ ସୁସଜ୍ଜିତ ବିମାନରେ ଅଧିଷ୍ଠିତ ହୋଇ ନଗର ପରିକ୍ରମା କରିଥିଲେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକପ୍ରିୟ କୀର୍ତ୍ତନ କଳାକାରମାନେ ଏଥିରେ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ସୁବଳୟାର ବଳଦେବ କ୍ଲବ, ସାନଦାଣ୍ଡର ଶ୍ରୀରାମଚନ୍ଦ୍ର କ୍ଳବ୍, ବଡ଼ଦାଣ୍ଡର ବୀର ବଜରଙ୍ଗ କ୍ଲବ୍, ଗଡଭିତରର ଭଗବତ କ୍ଳବ୍ ଆଦି ବିଭିନ୍ନ କ୍ଲବ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes