ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଳୁକ ଆଇନ ସେବା ସମିତି ପକ୍ଷରୁ ସୁବଳୟା ୫-ଟି ଉଚ୍ଚ ବିଦ୍ୟାଳୟରେ ସୋମବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ବୀରମହାରାଜପୁରର ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ଜଜ୍ ସରୋଜିନୀ ସାହୁ ଅଧ୍ୟକ୍ଷତା କରିଥିବାବେଳେ ରେଞ୍ଜର ଅବିନାଶ ବରିହା, ସୁବଳୟା ଥାନା ଏସଆଇ କୁଞ୍ଜଲତା ବେହେରା, ଆଇନଜିବୀ କୁନ୍ଦନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ନନ୍ଦକିଶୋର ମିଶ୍ର ଓ ସମିତି ସଭ୍ୟ ଲିଲି ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
