ସୁବର୍ଣ୍ଣପୁର ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବାବା ସୁବର୍ଣ୍ଣମେରୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଜୁନ ୨ରୁ ଆରମ୍ଭ ହୋଇ ୬ରେ ଶେଷ ହେବାକୁ ଥିବାବେଳେ ୪ ତାରିଖ ରାତିରେ ଶିବ ବିବାହ ଓ ୫ ତାରିଖରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସୋନପୁର ବଡବଜାରର ସନ୍ତୋଷ ମେହେର ଓ ଜ୍ୟୋତ୍ସ୍ନାମୟୀ ମେହେର ବର ପିତାମାତା ତଥା ଭଗବତୀ ପ୍ଲଟର କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର କନ୍ୟା ପିତାମାତା ଭାବେ ଦାୟିତ୍ଵ ତୁଲାଉଛନ୍ତି ।