ସୁବର୍ଣ୍ଣପୁର ଜିଲ୍ଲାରେ ସମାନ୍ତରାଳ ପ୍ରତ୍ନତାତ୍ତ୍ୱିକ ଭୁ-ଖନନ ପାଇଁ ଉଦ୍ୟମ

କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସମାନ୍ତରାଳ ପ୍ରତ୍ନତାତ୍ତ୍ୱିକ ଭୁ-ଖନନ ମହାନଦୀ ତଟବର୍ତ୍ତୀ କପାସିରା ଠାରେ ଆରମ୍ଭ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ବୀରମହାରାଜପୁର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡ. ପ୍ରଦୀପ କୁମାର ବେହେରା ଓ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ସୂଚନା ଦେଇଛନ୍ତି । ଖ୍ରୀଷ୍ଟ ପୂର୍ବ ୮୦୦ ରୁ ଖ୍ରୀ. ଅ.୮୦୦ ପର୍ଯ୍ୟନ୍ତ ଦୀର୍ଘ ୧୬୦୦ ବର୍ଷ ଧରି ମାନବ ସଭ୍ୟତାରେ କ’ଣ ଆବିଷ୍କାର ହୋଇଥଲା ଓ ଲୋକଙ୍କ ଜୀବନଚର୍ଯ୍ୟା କିପରି ଥିଲା ସେ ସମ୍ପର୍କରେ ବିଶଦ ଭାବେ ଜାଣିବା ପାଇଁ ଏହା ଆବଶ୍ୟକ ବୋଲି କୁହାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes