ସୁନାବେଶ ପାଇଁ ପ୍ରବଳ ଭିଡ଼: ସତର୍କ କଲା ପୁଲିସ

ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିବା ବେଳେ ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁଁ ସତର୍କ କରାଇଛି ଓଡ଼ିଶା ପୁଲିସ।

ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ କରାଯାଉଛି ପାର୍କିଂ। ବାଟଗାଁ/ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ପୁଲିସ ନିବେଦନ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes