ସୁନାବେଶ ପାଇଁ ଅଳଙ୍କାର ଦାନ କଲେ ଭକ୍ତ ସରୋଜ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ରିଜର୍ଭ ପୁଲିସ ଲାଇନସ୍ଥିତ ଜଗନ୍ନାଥ ମନ୍ଦିରକୁ ଭକ୍ତ ସରୋଜ କୁମାର ମହାପାତ୍ର ବୁଧୁବାର ମନ୍ଦିର ପରିସରରେ ଅଳଙ୍କାରମାନ ପ୍ରଦାନ କରିଛନ୍ତି।

ଉକ୍ତ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ନିମନ୍ତେ ସୁନା ଅଳଙ୍କାର ନଥିବା ବେଳେ ସୋଲରେ ନିର୍ମିତ ଅଳଙ୍କାର ସଦୃଶ ଉପକରଣରେ ସୁନାବେଶ ଅନୁଷ୍ଠିତ ହେଉଥିଲା। ଏଣୁ ସୁନାବେଶ ନିମନ୍ତେ ଅଳଙ୍କାରରେ ହାତ ୪, ଗଦା ୧, ଲଙ୍ଗଳ ୧, ଚକ୍ର ୧, ଛେରା ପହଁରା ଛାଡୁ ମୁଢି ୧, ମୁକୁଟ ୬, ଗୋଡ଼ ୪, ପଦ୍ମ ଫୁଲ ୧, ଶଙ୍ଖ ୧ ଆଦି ପ୍ରଦାନ କରିଛନ୍ତି।ଏଥିରେ ସୁନା ଓ ରୁପା ଅଳଙ୍କାର ମିଳିତ ଭାବେ ଲକ୍ଷାଧିକ ଟଙ୍କାର ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes