ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି। ସମ୍ପତ୍ତିକୁ ନେଇ ପରିବାର ମଧ୍ୟ ବିବାଦ ଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ସୁଧୀଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା। ବଡ଼ ଭାଇଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି କହିଛନ୍ତି ଏସ୍ପି।
ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲେ ଏସ୍ପି।ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍ କାଳୁ ପ୍ରଧାନ ମିଶି ଷଡ଼ଯନ୍ତ୍ର କରିଥିଲେ। ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ।ନିବେଦିତା-ତୁଷାର-କାଳୁ ମିଶି ଦାଦାଙ୍କଠୁ ଟଙ୍କା ପାଇଁ ଷଡ଼ଯନ୍ତ୍ର କରିଥିଲେ।ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ତଦନ୍ତ ଜାରି ରହିଛି କହିଛି ପୁଲିସ।