ସୁକ୍ଷ୍ମ ମୂର୍ତ୍ତିର କାରିଗର ମୁନା ମାହାଣା

ନିଜର ସୁକ୍ଷ୍ମ କାରୁକାର୍ଯ୍ୟ ପାଇଁ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମର ମୁନା ମାହାଣା (୩୦) ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ଜଣାଯାଇଛି ।

ଜଣେ ସାଧାରଣ ସାଇକେଲ ମେକାନିକରୁ ଏତେ ଦୂର ଆସିବା ପରେ ଆଗକୁ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ ଓ ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ପେଶାରେ ଜଣେ ସାଇକେଲ ମେକାନିକ ହେଲେ ହେଁ ପିଲାଟି ଦିନରୁ ସୁକ୍ଷ୍ମ ମୂର୍ତ୍ତି ତିଆରି ପ୍ରତି ତାଙ୍କର ଆଗ୍ରହ ରହିଥିଲା । ସେ ସାଇକେଲରେ ଲାଗୁଥିବା ବିଭିନ୍ନ ଉପକରଣ ଠାରୁ ଆରମ୍ଭ କରି ଚକ୍ ଖଡ଼ି, ବିରି ଡାଲି, ତୁଳସୀ ଆଦିରେ ବିଭିନ୍ନ ସୁକ୍ଷ୍ମ ମୂର୍ତ୍ତି ତିଆରି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes