ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତର ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବାଲ୍ୟବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବ୍ଲକ ବାଲ୍ୟବିବାହ ନିରାକରଣ ଅଧିକାରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥିମାନେ ବାଲ୍ୟ ବିବାହର ନିରାକରଣ ଉପରେ ସଚେତନ କରିଥିଲେ ।