ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ

୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ କଟକ ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ।

ଗତକାଲି ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୫ଟି ସ୍ଥାନରେ ହୋଇଥିଲା ରେଡ୍। ଚଢାଉ ବେଳେ କଟକ ଯୋବ୍ରା ନୂଆସାହି ଘରୁ ଜବତ ହୋଇଥିଲା ୩ ଲକ୍ଷ ୩ହଜାର ଟଙ୍କା। ୧୯ଟି ପ୍ଲଟ୍, ୨ଟି କୋଠା ଓ ୧୩୫ ଗ୍ରାମ୍ ସୁନା ଗହଣା ଜବତ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes