ସିଦ୍ଧାର୍ଥ ଜୁନିଅର କଲେଜରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସ ଭୁବନେଶ୍ୱର ଆନୁକୁଲ୍ୟରେ ବିନିକା ସ୍ଥିତ ସିଦ୍ଧାର୍ଥ ଜୁନିଅର କଲେଜ ଠାରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ସୀମା ପ୍ରଧାନ ଯୋଗଦେଇ ବିଜ୍ଞାନର ଉପକାରିତା ଉପରେ କହିଥିଲେ ।

ପରେ ବିଜ୍ଞାନ ଉପରେ ବିଭିନ୍ନ ପ୍ରଶ୍ନତ୍ତୋର ଛାତ୍ରଛାତ୍ରୀଙ୍କୁ ପଚାରି ତାଙ୍କଠାରୁ ଉତ୍ତର ରଖି ପୁରସ୍କୃତ କରିଥିଲେ ।ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,ସମ୍ମାନିତ ଅତିଥି ମହିଳା ଜୁନିଅର କଲେଜ ଅଧ୍ୟକ୍ଷ ପଞ୍ଚାନନ ସାହୁ ଯୋଗଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes