ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ୧୩ତମ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୧,୫୧୬ ଅଭିଯୋଗରୁ ୧୦,୫୦୨ ଅଭିଯୋଗର ସମାଧାନ ହୋଇଛି।
୪୮ ଅଭିଯୋଗ ନେଇ ସାଢ଼େ ୫୩ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ ସରିଛି। ଆଜି ୩ ଅଭିଯୋଗ ବାବଦରେ ଦେଢ଼ ଲକ୍ଷର ସହାୟତା ପ୍ରଦାନ କରାଯାଇଛି। ରାଜଧାନୀରୁ ଦୂରକୁ ଯାଇ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା କରୁଛନ୍ତି ସରକାର। ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ ସରକାର କହିଛନ୍ତି ମନ୍ତ୍ରୀ ବିଭୂତି ଜେନା।