ସିଆରପିଏଫ୍ ଯବାନଙ୍କୁ ଗାଁରେ ସ୍ବାଗତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁମୁରଜୁନା ଗାଁର ଦୀପକ ମହାକୁରଙ୍କ ଛୋଟ ସମୟରୁ ସେନା ବାହିନୀରେ ଯୋଗ ଦେବାକୁ ଇଚ୍ଛା ଥିଲା । ଆଜି ସେ ସିଆରପିଏଫ୍ ଟ୍ରେନିଂ ସାରି ଛୁଟିରେ ନିଜ ଘରକୁ ଆସିଥିବାବେଳେ ଗାଁର ଯୁବକମାନେ ବୀରମହାରାଜପୁର ମୁଖ୍ୟଛକ ଠାରେ ତାଙ୍କୁ ସ୍ଵାଗତ ଜଣେଇଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାଜା ବଜେଇ ତାଙ୍କୁ ଘରଯାଏ ପାଛୋଟି ନେଇଥିଲେ । ସେନାଙ୍କୁ ସମ୍ମାନ ଦେବା ପାଇଁ ଗାଁର ଯୁବକମାନେ ଏହାର ଆୟୋଜନ କରିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes