ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ସମସ୍ତ ପାକ୍ସକୁ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦିଅ, ନହେଲେ ଧାନ କିଣିପାରିବନି କହିଛି ବିଭାଗ। ପ୍ରତି ବର୍ଷ ଏପ୍ରିଲରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହ ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ସମସ୍ତ ଡିଆରସିଏସ୍ଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ।